୨ ଜଣ ବସ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ଆନ୍ଧ୍ରପ୍ରଦେଶ,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ରବିବାର ୨ ଜଣ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ପୁଲିସ ଏହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି। ପୁଲିସ ଜବତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

ପୁଲିସର ପଚରାଉଚରା ସମୟରେ ଯାତ୍ରୀ ଦ୍ୱୟ କହିଛନ୍ତି ଯେ, ଅଙ୍ଗୋଲରେ ସେମାନେ ନିଜର ୧୬ ଏକର ଜମିକୁ ବିକ୍ରି କରି ଏହି ଟଙ୍କା ପାଇଛନ୍ତି। ବସ ଭିତରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଚାଲାଣ ହେଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପରେ ପୁଲିସର ଏକ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଯାତ୍ରୀଙ୍କୁ ଅଟକ ରଖିବା ସହିତ ଏହି ଟଙ୍କା ଜବତ କରିଛି।