ଦୁର୍ଘଟଣାରେ ୪ ମୃତ : ୬ ଗୁରୁତର

ସମ୍ବଲପୁର : ଆଜି ପବିତ୍ର ଶିବରାତ୍ରୀ। ଏତେ ବଡ଼ ଦିନରେ ଗୋଟେ ଦୁଃଖଦ ଘଟଣା ଘଟିଯାଇଛି। ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଛି ସୋନପୁର – ସମ୍ବଲପୁର ରାସ୍ତା ମେଟାନାନୀ ନିକଟରେ। ଟ୍ରକ୍- ମାକ୍ସ ପିକଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ସ୍ଥାନୀୟଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଛନ୍ତି। ମୃତ ବ୍ୟକ୍ତିଙ୍କ ବର୍ତମାନ ସୁଦ୍ଧା କୌଣସି ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳକୁ ବର୍ତମାନ ସୁଦ୍ଧା ପୁଲିସ ପହଂଚି ନଥିବା ସୂଚନା ମିଳିଛି।