ଜିଲ୍ଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ

ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଶନିମନ୍ଦିର ନିକଟରେ ଓରମାସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜିତ ହେଉଛି। ୧୨ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆଡସ ଗ୍ରାମର ମା’ ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀ, ବମପରଡା ଗ୍ରାମର ବାମ୍ବୋ ପ୍ରଡ୍ୟୁସର ଗ୍ରୁପ, ପାଲକୁଦର ଗ୍ରାମର ମା’ ସିଂହବାହିନୀ ସ୍ୱୟଂ ସହାୟକ ଗୋଷ୍ଠୀ, ବଡ଼ବାଲିପୋଷି ଗ୍ରାମର ମା’ ମଙ୍ଗଳ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବୁକାବେଡା ଗ୍ରାମର ମା’ ସମଲେଶ୍ୱରୀ ଗ୍ରୁପ ଯୋଗଦେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ବିଭିନ୍ନ ଘରକରଣା ଦ୍ରବ୍ୟର ବିକ୍ରିବଟା କରିବେ। ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ ତାରିଖଠାରୁ ରବିବାର ସୁଦ୍ଧା ଯୋଗଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରଡଶ୍ୟସର ଗ୍ରୁପ ମାନେଏହି ସମୟସୀମା ମଧ୍ୟରେ ମୋଟ ୩,୦୩,୮୬୦ଟଙ୍କାର କାରବାର କରିଥିବା ଓରମାସ ର ଡେପୁଟି ସିଇଓ ସୁବଳ ଜେନାମଣି ସୂଚନା ଦେଇଛନ୍ତି। ଏହି ଜିଲ୍ଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଜାନୁୟାରୀ ୧୬ ତାରିଖ ଦିନ ଉଦଯାପିତ ହେବ ।