ଆଉ ୫ ବ୍ରିଟେନ ଫେରନ୍ତାଙ୍କ ଠାରେ ନୂଆ ଷ୍ଟ୍ରେନ କରୋନା ଭୂତାଣୁ ଚିହ୍ନଟ, ମୋଟ ୨୫ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କାୟା ବିସ୍ତାର କରୁଛି କରୋନାର ନୂଆ ଷ୍ଟ୍ରେନ ଭୂତାଣୁ। ଏହି ଭୂତାଣୁରେ ଭାରତରେ ଆଜି ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ପୁଣେରୁ ୪ ଜଣ ଓ ଦିଲ୍ଲୀରୁ ଜଣେ ରହିଛନ୍ତି। ଏଥିସହ ଭାରତରେ ବ୍ରିଟେନର ଏହି ନୂଆ ଷ୍ଟ୍ରେନ ଭୂତାଣୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ୬ ବ୍ରିଟେନ ଫେରନ୍ତାଙ୍କ ଠାରେ ନୂଆ ଷ୍ଟ୍ରେନ କରୋନା ଭୂତାଣୁ ଠାବ ହୋଇଥିଲା। ଏହା ପରେ ବୁଧବାର ଆଉ ୧୪ ବ୍ରିଟେନ ଫେରନ୍ତାଙ୍କଠାରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ଆଜି ଆଉ ୫ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିଥିବା ବେଳେ ଏହି ନୂଆ ଷ୍ଟ୍ରେନ ଭୂତାଣୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।