ଆଇପିଏଲ : ଡି’କକଙ୍କ ବିସ୍ଫୋରକ ଇନିଂସ, ଦିଲ୍ଲୀକୁ ୬ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,ଏଜେନ୍ସି: ସ୍ଥାନୀୟ ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୧୬ତମ ମ୍ୟାଚରେ ଲକ୍ଷ୍ନୌ ଦିଲ୍ଲୀକୁ ୬ ଓ୍ବିକେଟରେ ପରାସ୍ତ କରିଛି। ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୫୦ ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ୨୦ ତମ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା। ଲକ୍ଷ୍ନୌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ବିଣ୍ଟନ ଡି’କକ୍। ସେ ମାତ୍ର ୫୨ଟି ବଲରେ ୮୦ ରନ କରିଥିଲେ। ସେହିପରି କେ.ଏଲ. ରାହୁଲ ୨୪ରନ କରିଥିଲେ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୪୯ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ପୃଥିବୀ ଶ ସର୍ବାଧିକ ୬୧ ରନ କରିଥିବାବେଳେ ଋଷଭ ପନ୍ତ ୩୯ ରନ ଓ ସରପରାଜ ଖାଁ ୩୬ ରନ କରିଥିଲେ। ତେବେ ଆଜି ଦିଲ୍ଲୀ ପାଇଁ ପ୍ରଥମ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ଓ୍ବାର୍ନର ମାକ୍ର ୪ରନ କରିଥିଲେ। ସେହିପରି ରୋଭମାନ ପାଓ୍ବେଲ ବି ମାତ୍ର ୩ ରନ କରି ଆଉଟ ହୋଇଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ୨ଟି ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଓ୍ବିକେଟ ନେଇଥିଲେ।