ମୋଦିଙ୍କ ମନ୍ତ୍ରୀମଣ୍ଡଳର ସର୍ବକନିଷ୍ଠ ମନ୍ତ୍ରୀ ନିଶିଥ ପ୍ରାମାଣିକ

  • ନୂଆଦିଲ୍ଲୀ: ୩୫ ବର୍ଷୀୟ ନିଶିଥ ପ୍ରାମାଣିକ ୨ ବର୍ଷ ପୂର୍ବେ ୨୦୧୯ରେ ତୃଣମୁଳ କଂଗ୍ରେସ (ଟିଏମସି)ରେ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡି ବିଜେପିର ପତାକା ଧରିଥିଲେ। ବର୍ତ୍ତମାନ ସେ ନରେନ୍ଦ୍ର ମୋଦୀ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିବା ସର୍ବ କନିଷ୍ଠ ମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ନିଶିଥ ପ୍ରେମାଣିକ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ନିଶିଥ ପ୍ରାମାଣିକ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ଅଟନ୍ତି। ଏହାବ୍ୟତୀତ ସେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ କମିଟିର ସଦସ୍ୟ। ନିଶିଥ ପ୍ରାମାଣିକଙ୍କ ବ୍ୟତୀତ ଅନେକ କମ ବୟସ୍କ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୩୮ ବର୍ଷୀୟ ଶାନ୍ତନୁ ଠାକୁର, ୪୦ ବର୍ଷୀୟା ଅନୁପ୍ରିୟା ସିଂ ପଟେଲ, ୪୨ ବର୍ଷୀୟ ଭାରତୀ ପ୍ରବୀଣ ପାୱାର, ୪୪ ବର୍ଷୀୟ ଏଲ ମୁରୁଗିନ ଏବଂ ୪୫ ବର୍ଷୀୟ ଜନ୍ ବାର୍ଲା ପ୍ରମୁଖ।