ସାନଭାଇ ଟାଙ୍ଗିଆ ଚୋଟରେ ଗୋଟିଏ ପରିବାରର ୪ ମୃତ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ବଣାଇ ଥାନା ଦେଉଳହୁଡ଼ି ଗ୍ରାମରେ ଆଜି ଏକ ନିର୍ମମ ହତ୍ୟା କାଣ୍ଡ ହୋଇଛି। ଜଣେ ସାନଭାଇର ଟାଙ୍ଗିଆ ଚୋଟରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ହତ୍ୟା କାଣ୍ଡ ହୋଇଛି। ତେବେ ମୃତକଙ୍କ ମଧ୍ୟରେ ବଡ଼ ଭାଇ, ଭାଉଜ ଓ ୨ ଶିଶୁ ଥିଲେ।

କୌଣସି କାରଣରୁ ବଡ଼ଭାଇ ଓ ସାନଭାଇ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନଭାଇ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଭାଉଜ ଓ ୨ ଶିଶୁ ଟାଙ୍ଗିଆ ଚୋଟର ଶିକାର ହୋଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।