ଯୁବକଙ୍କ ଆତ୍ମହତ୍ୟା

ଖଜୁରିପଡ଼ା,ଏନ୍ଏନ୍ଏସ୍: ଦୀର୍ଘଦିନ ହେଲା କୌଣସି ଏକ ଅଜଣା ରୋଗରେ ପୀଡ଼ିତ ଥିବା ଯୁବକ ଆଜି ଆତ୍ମହତ୍ୟା କରିଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଦଳପଡ଼ା ପଞ୍ଚାୟତର ଝାମ୍ପି ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ ସଞ୍ଜିତ କହଁର(୨୪) ବୋଲି ଜଣାପଡ଼ିଛି।  ସୂଚନା ଅନୁସାରେ, ସଞ୍ଜିତ ଦୀର୍ଘଦିନ ହେଲା କୌଣସି ଏକ ଅଜଣା ରୋଗରେ ପୀଡିତ ଥିଲେ। ଔଷଧ ଖାଇବାପରେ ମଧ୍ୟ ତାଙ୍କ ଦେହ ଭଲ ନହେବାରୁ ସେ ମାନସିକ ଚାପରେ ରହୁଥିଲେ। ଆଜି ସେ କୌଣସି କୀଟନାସକ ପିଇଦେଇଥିବା ସନ୍ଦେହ କରାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଖଜୁରିପଡ଼ା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ବୀରେନ୍ଦ୍ର କୁମାର ଦେହୁରୀ ସୂଚନା ଦେଇଛନ୍ତି।