ଟ୍ରେନ ସମ୍ମୁଖକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଅନ୍ତର୍ଗତ ହାତିସରା-ତୁଷୁରା ରେଳ ଗେଟ ମଝିରେ ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶନିବାର ଅପରାହ୍ଣ ୩ ଟାରୁ ସାଢ଼େ ୩ଟା ମଧ୍ୟରେ ଟିଟିଲାଗଡ଼ ପଟରୁ ଆସିଥିବା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦେଓଗାଁ-ଟିଟିଲାଗଡ଼ ରୋଡ଼ର ହାତିସରା ନିକଟରେ ଆତ୍ମହତ୍ୟା କରିଥିବା ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡିଛି।

ମୃତ ଦେହ ପଡିଥିବା ରେଳ ଲାଇନ ପାଖରେ ଓଆର-୦୩ଡି-୯୯୬୬ ବାଇକ ଛାଡି ଆତ୍ମହତ୍ୟା କରିଛନ୍ତି ଯୁବକ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିଚୟ ଜଣାପଡିନାହିଁ। ସକାଳୁ ଜିଆରପି ପୁଲିସ ଆସି ମୃତ ଦେହକୁ ଜବତ କରି ତଦନ୍ତ କରିବ ବୋଲି ଜଣାପଡିଛି।