ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଯୋଗୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏପରି ଅପରାଧୀଙ୍କୁ ଲଜ୍ଜିତ କରିବା ପାଇଁ ‘ଅପରେସନ ଦୌରାଚାରୀ’ର ଆରମ୍ଭ କରାଯାଇଛି। ଏହାଦ୍ୱାରା ମହିଳାଙ୍କ ବିରୋଧରେ କୌଣସି ପ୍ରକାର ଅପରାଧ ଭିଆଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ସେମାନଙ୍କୁ ମହିଳା କର୍ମୀଙ୍କ ଦ୍ୱାରା ଦଣ୍ଡିତ କରାଯିବ। ମହିଳା କିମ୍ବା ଶିଶୁଙ୍କ ସହ ଦୁଷ୍କର୍ମ କମ୍ବା ଯୌନ ଶୋଷଣ କଲେ ଅପରାଧୀଙ୍କ ପୋଷ୍ଟର ଛକମାନଙ୍କରେ ଲଗାଯିବ। ଫଳରେ ଏଭଳି ଅପରାଧୀଙ୍କ ବିରୋଧରେ ଲୋକେ ଜାଣିବେ ଏବଂ ସେମାନଙ୍କୁ ସମାଜରୁ ବହିଷ୍କାର କରିବେ।

ସୂଚନାଯୋଗ୍ୟ, ଯୋଗୀ ସରକାର ଏପରି କାର୍ଯ୍ୟାନୁଷ୍ଠାନ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସା ସମୟରେ ନେଇଥିଲେ। ଏହାଦ୍ୱାରା ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିବା ଲୋକଙ୍କ ପୋଷ୍ଟର ସଡ଼କରେ ଲଗାଯାଇଥିଲା।