ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖନଊ ବିଜେପି କାର୍ଯ୍ୟାଳୟରେ ପହଂଚି ଯାଇଛନ୍ତି । ଏହି ସମୟରେ ପ୍ରବଳ ଜନ ସମାଗମ ମଧ୍ୟ ଦେଖିବାକୁ ମିଳିଛି । ଆଉ କିଛି ସମୟ ପରେ ଯୋଗୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।
ସୂଚନାଯୋଗ୍ୟ, ଉତ୍ତପ୍ରଦେଶରେ ବିଜେପି ବିଜୟ ଦିଗରେ ଆଗମନ ହେଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ବିପୁଳ ବିଜୟ ହାସଲ କରିବା ସହ ରେକର୍ଡ ସୃଷ୍ଟି କରିଛନ୍ତି ।