ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଲେ ମୁଲାୟମଙ୍କ ବୋହୂ ଅପର୍ଣ୍ଣା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବିଜେପି ବିପୁଳ ବିଜୟ ହାସଲ କରିଛି । ଏହାସହ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନିର୍ବାଚନ ଫଳଫଳାକୁ ନେଇ ବଡ଼ ବଡ଼ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇତିମଧ୍ୟରେ ମୁଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କ ବୟାନ ମଧ୍ୟ ଆସିଛି ।

ଅପର୍ଣ୍ଣା ଯାଦବ କହିଛନ୍ତି ଯେ, ତୃଷ୍ଟୀକରଣକୁ ଗୁରୁତ୍ୱ ଦେଇ ରାଜନୀତି କରୁଥିବା ଲୋକଙ୍କୁ ନିର୍ବାଚନରେ ମୁହଁତୋଡ଼ ଜବାବ ମିଳିଛି । ମୋ ବିଶ୍ୱାସକୁ ପ୍ରଚଣ୍ଡ ବିଜୟ ମିଳିଛି । ଆଜି ମୁଁ କେବଳ ଗୋଟିଏ ନାରା ଦେବି ହିନ୍ଦୁ, ମୁସଲମାନ, ଶିଖ ଓ ଈସାଇ ସମସ୍ତେ ହେଉଛନ୍ତି ବିଜେପି ।