ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ ରହୁଥିବା ଲୋକଙ୍କ ସୁସ୍ଥ ରଖିବାକୁ ଯୋଗ ତଥା ବ୍ୟାୟାମ ଶିକ୍ଷା ପ୍ରଦାନ କରି ଉଦ୍ୟମ ଜାରି ରଖିଛନ୍ତି ରାମନାଗୁଡା ବିଡ଼ିଓ ବେଣୁଧର ଶବର। ଦେଶର କରୋନା ପାଇଁ ଲକ ଡାଉନ ଜାରି ରହିଥିବା ବେଳେ ଯାହା ଫଳରେ ପ୍ରବାସୀ ଶ୍ରମିକ ମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ବାହାର ରାଜ୍ୟରେ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଫେରାଇ ଆଣିବା ପାଇଁ ଉଦ୍ୟମ କରିଛନ୍ତି।
ସେହିଭଳି ରାମନାଗୁଡା ବ୍ଲକ ଅଧିନସ୍ଥ ପ୍ରବାସୀ ଓଡ଼ିଆ ମାନେମଧ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ମୋଟ ୧୨୨ ଜଣ ଫେରିଥିବା ନେଇ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ପ୍ରବାସୀଙ୍କୁ ରାମନାଗୁଡା ବ୍ଳକ୍ ପ୍ରଶାସନ ତରଫରୁ ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ସଂଗରୋଧରେ ରଖାଯାଇଥିବାବେଳେ ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରାମନାଗୁଡା ଠାରେ କ୍ୱାରେଣ୍ଟାଇନରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
