ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା, ବିଜୁଳି ଘଡ଼ଘଡ଼ି ହେବା ନେଇ ୟେଲୋ ଓ୍ବାର୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗାମୀ ୨୪ ଘଣ୍ଟା ରାଜ୍ୟରେ ପ୍ରାୟ ଶୁଖିଲା ପାଗ ରହିବ। ଆସନ୍ତାକାଲି ସନ୍ଧ୍ୟା ବେଳକୁ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ। ୨୫ ତାରିଖ ବେଳକୁ ବର୍ଷାର ବିସ୍ତାର ବଢ଼ିବ। ଏହି ସମୟରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଅନୁଭୁତ ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ୨୫ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ବିଜୁଳି ଘଡଘଡି ହେବା ନେଇ ୟେଲୋ ଓ୍ବାର୍ଣିଂ ଜାରି କରାଯାଇଛି। ଫେବୃଆରୀ ୨୬ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କିଛିକିଛି ସ୍ଥାନରେ ବର୍ଷା ହେବ ଓ ୨୭ ତାରିଖରେ ପାଗ ସ୍ବାଭାବିକ ହେବ।