ନାମାଙ୍କନ ପତ୍ର ଦାଖଲ କଲେ ଯଶୋବନ୍ତ ସିହ୍ନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ଯଶୋବନ୍ତଙ୍କ ସହ ଏନସିପି ନେତା ଶରଦ ପାୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଖିଳେଶ ଯାଦବ ଓ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପାଖରେ ସଂଖ୍ୟା କମ୍ ଥିଲେ ମଧ୍ୟ ତାଙ୍କ ପ୍ରାର୍ଥୀଙ୍କୁ କମ୍ ନ ଭାବିବାକୁ ବିରୋଧୀ ନେତା ଦାବି କରିଛନ୍ତି । କିନ୍ତୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଖରେ ଦୃଢ଼ ସମର୍ଥନ ରହିଛି । ଏନଡିଏ ପାଖରେ ମୋଟ ୫.୨୬ ଲକ୍ଷ ଭୋଟ ରହିଛି ଯାହାକି ମୋଟ ଭୋଟର ପାଖାପାଖି ୪୯ ପ୍ରତିଶତ ।