ଆଲିଆ ଓ ରଣବୀରଙ୍କ ବେବି ଆସୁଛି…

ମୁମ୍ବାଇ: ବଲିଉଡର ନବ ଦମ୍ପତ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଏକ ଭଲ ଖବର ଦେଇଛନ୍ତି । ଆଜ୍ଞା ହଁ, ରଣବୀର ଓ ଆଲିଆ ପିତାମାତା ହେବାକୁ ଯାଉଛନ୍ତି । ଏନେଇ ଆଲିଆ ତାଙ୍କ ଇନଷ୍ଟ୍ରାଗ୍ରାମରେ ସୂଚନା ପ୍ରଦାନ କରିଛନ୍ତି । ଅଲଟ୍ରାସାଉଣ୍ଡର ଫଟୋ ସେୟାର କରି ଖୁବଶୀଘ୍ର ଆମ ବେବି ଆସୁଛି ବୋଲି ଆଲିଆ କହିଛନ୍ତି ।

ସୂଚନାଯୋଗ୍ୟ, ରଣବୀର କପୁର ଓ ଆଲିଆ ଭଟ୍ଟ ୨୦୧୮ରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେଟରେ ପରସ୍ପରକୁ ଭେଟିଥିଲେ । ଏହି ସମୟରେ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ଦୀର୍ଘ ଦିନ ଧରି ଡେଟ କରିବା ପରେ ୨୦୨୨ ଏପ୍ରିଲ ୧୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ ହେବ ।