ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ବିରୋଧୀ ଦଳରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିରୋଧୀ ଦଳ ମିଳିତ ଭାବେ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଯଶୱନ୍ତ ସିହ୍ନାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଉକ୍ତି ବୈଠକରେ ଶରଦ ପାୱାର, ଜୟରାମ ରମେଶ, ସୁଧୀନ୍ଦ୍ର କୁଲକର୍ଣ୍ଣୀ, ଦୀପାଙ୍କର ଭଟ୍ଟାଚାର୍ଯ୍ୟ, ମଲ୍ଲିକାର୍ଜୁନ ଖଡ଼ଗେ, ରଣଦୀପ ସୁରଜେୱାଲା ଓ ଅଭିଷେକ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ବୈଠକ ପୂର୍ବରୁ ଯଶୱନ୍ତ ଆଜି ଏକ ଖାସ୍ ଟ୍ୱିଟ୍ କରିଥିଲେ । ଯଶୱନ୍ତ ଲେଖିଥିଲେ ଯେ, ମୋତେ ଯେଉଁ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରାଯାଇଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଉଛି । ପାର୍ଟିରୁ ନିଜକୁ ଦୂରାଇ ଏକ ବଡ଼ ଉଦ୍ଦେଶ୍ୟ ଲାଗି କାମ କରିବାର ସମୟ ଆସିଯାଇଛି ।