ତୃଣମୂଳ କଂଗ୍ରେସର ନୂଆ ଉପାଧ୍ୟକ୍ଷ ହେଲେ ଯଶୋବନ୍ତ ସିହ୍ନା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କୁ ତୃଣମୂଳ କଂଗ୍ରେସର ଉପାଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଛି। ଏଥିସହିତ ତାଙ୍କୁ ପାର୍ଟିର ନ୍ୟାସନାଲ ୱାର୍କିଙ୍ଗ କମିଟିର ସଦସ୍ୟ ମଧ୍ୟ କରାଯାଇଛି। ଯଶୋବନ୍ତ ସିହ୍ନାଙ୍କ ଏହି ନିଯୁକ୍ତିର ଆଦେଶ ଆଜିଠୁ ଲାଗୁ ହେବ। ବଙ୍ଗଳା ନିର୍ବାଚନ ସମୟରେ ମଧ୍ୟ ସେ ପାର୍ଟି ଲାଗି ପ୍ରଚାର କରିବେ। ଯଶୋବନ୍ତ ପାର୍ଟିରେ ସାମିଲ ହେବା ସମୟରେ ବଙ୍ଗଳାରେ ମମତା ବାନାର୍ଜୀଙ୍କ ବିଜୟ ସୁନିଶ୍ଚିତ କରିବେ ବୋଲି କହିଥିଲେ।

ଟିଏମସିରେ ସାମିଲ ହେବା ସମୟରେ ଯଶୋବନ୍ତ ସିହ୍ନା କହିଥିଲେ ଯେ, ତୃଣମୂଳ କଂଗ୍ରେସ ବହୁମତ ସହ ଶାସନରେ ଆସିବ ଏଥିରେ କୌଣସି ସନ୍ଦେହ ନାହିଁ। ବଙ୍ଗଳାରୁ ସମଗ୍ର ଦେଶକୁ ଏକ ବାର୍ତ୍ତା ଯିବା ଉଚିତ କି ମୋଦୀ ଓ ଶାହ ଯାହା ଦିଲ୍ଲୀରେ କରୁଛନ୍ତି ଏବେ ଦେଶ ତା’କୁ ସହ୍ୟ କରିବ ନାହିଁ। ଆଉ ନିର୍ବାଚନ ଆୟୋଗ ପୂର୍ବପରି ସ୍ୱତନ୍ତ୍ର ସଂସ୍ଥା ହୋଇ ରହିନାହିଁ ଯାହାକି ବେଶ୍ ଦୁଃଖଦାୟକ। ବଙ୍ଗଳାରେ ୮ ଚରଣରେ ନିର୍ବାଚନ କରାଇବାର ପଦକ୍ଷେପ ମୋଦୀ-ଶାହଙ୍କ ନିୟନ୍ତ୍ରଣରେ ନିଆଯାଇଛି।