ସୋପିଆନରେ ପୁଣି ଏନକାଉଣ୍ଟର ଆରମ୍ଭ

ଜାମ୍ମୁ-କାଶ୍ମୀର,ଏଜେନ୍ସି: ସୀମାରେ ପୁଣି ଏନକାଉଣ୍ଟର ଆରମ୍ଭ। ଜାମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ ଏହି ଗୁଳିବିନିମୟ ଆରମ୍ଭ ହୋଇଛି। ମାର୍ଚ୍ଚ ୧୩ ତାରିଖରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା।

ସୂଚନା ଥାଉକି, ନିହତ ଆତଙ୍କୀ ହେଲା ଜାହାଙ୍ଗୀର ଅହମ୍ମଦ ୱାନୀ। ସେ ରାଖ ନାରାପୋରା ସୋପିଆନର ବାସିନ୍ଦା ହୋଇଥିବା ବେଳେ ଲସ୍କର ଏ ତୋଏବାର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା କାଶ୍ମୀର ପୁଲିସ କହିଛି। ସୁରକ୍ଷା କର୍ମୀ ଓ ପୁଲିସ ଦ୍ୱାରା ଏକ ମିଳିତ ଅପରେସନର ଶନିବାର ରାତିରେ ଆରମ୍ଭ ହୋଇଥିଲା। ଏଥିରେ ୩୪ ରାଇଫଲ, ୧୪ ବାଟାଲିୟନ ଓ ସିଆରପିଏଫ ସାମିଲ ଥିବା ଜଣାପଡିଛି। ନିହତ ଆତଙ୍କୀ ଜଣଙ୍କ ଗତ ସେପ୍ଟେମ୍ବର ମାସରୁ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ, ସୁରକ୍ଷାକର୍ମୀ ଓ ନାଗରିକଙ୍କ ଉପରକୁ ଆକ୍ରମଣରେ ଜଡିତ ରହିଆସିଛି। ଆକ୍ରମଣରେ ନିହତ ଆତଙ୍କୀ ପାଖରୁ ଆମେରିକା ନିର୍ମିତ ଏମ-୪ ରାଇଫଲ ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।