ମୁଖ୍ୟ ସୂଚନା ଆୟୁକ୍ତ ୟଶବର୍ଦ୍ଧନ ସିହ୍ନାଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ନୂତନ ମୁଖ୍ୟ ସୂଚନା କମିଶନର ଭାବେ ୟଶବର୍ଦ୍ଧନ କୁମାର ସିହ୍ନା ଶପଥ ଗ୍ରହଣ କରିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ସେ ଗତ ତିନିବର୍ଷ ହେଲା ସୂଚନା କମିଶନର ଭାବେ କାର୍ଯ୍ୟ କରି ଆସୁଥିଲେ। ଶନିବାର ସକାଳ ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ଶ୍ରୀ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ପୂର୍ବତନ ସୂଚନା ଆୟୁକ୍ତ ବିମଳ ଜୁଲ୍‌କା ଗତ ଅଗଷ୍ଟ ୨୬ରେ ଅବସର ଗ୍ରହଣ କରିବା ପରେ ପଦବୀ ଖାଲି ପଡ଼ିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ଲୋକସଭା ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଗଠିତ ପ୍ୟାନେଲ୍‌ରେ ଶ୍ରୀ ସିହ୍ନାଙ୍କୁ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ମନୋନୀତ କରାଯାଇଥିଲା । ଅନ୍ୟପଟେ ସାମ୍ବାଦିକ ଉଦୟ ମହୁରକର, ପୂର୍ବତନ କେନ୍ଦ୍ର ଶ୍ରମ ବିଭାଗ ସଚିବ ହୀରାଲାଲ୍ ସମାରୀୟା ଏବଂ ଅଡିଟର ଜେନେରାଲ୍ ତଥା ୧୯୮୪ ବ୍ୟାଚ୍‌ର ଆକାଉଣ୍ଟାଣ୍ଟ ସର୍ଭିସ ଅଫିସର ସରୋଜ ପୁହାଁଣି ମଧ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି ।