ଚୀନରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜିନପିଙ୍ଗଙ୍କ ବିରୋଧରେ ଆରମ୍ଭ ହେଲା ଅଭିଯାନ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସୀ ଜିନପିଙ୍ଗ ଆଗାମୀ ଦିନରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ପଦ ସମ୍ଭାଳିବାକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି । ଇତିମଧ୍ୟରେ ଜିନପିଙ୍ଗଙ୍କ ଆଲୋଚକ ତାଙ୍କୁ ବିରୋଧ କରିବା ଆରମ୍ଭ କରିଦେଲେଣି ।

ଏଏନଆଇ ରିପୋର୍ଟ ମୁତାବକ, ଚୀନର ଏକ ବଡ଼ ଜନବସତି ଜିନପିଙ୍ଗଙ୍କ କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ଏଥିଲାଗି ଏକ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ମାନବିକତା ବିରୋଧରେ ଜିନପିଙ୍ଗଙ୍କ ଅପରାଧର ଭିଡ଼ିଓ ପ୍ରସ୍ତିୁତ କରି ଛାଡ଼ିବାକୁ ଅପିଲ କରାଯାଇଛି । ଏପରି କରିବା ସମୟରେ ସତର୍କ ରହିବାକୁ ଚୀନବାସୀଙ୍କୁ କୁହାଯାଇଛି ।

ଏଏନଆଇ ରିପୋର୍ଟ ଅନୁସାରେ ଲୋକ କହିଛନ୍ତି ଯେ, ଜିନପିଙ୍ଗ ଚୀନକୁ ପଛକୁ ନେଇ ଯାଇଛନ୍ତି । କରୋନା ସଂକ୍ରମଣକୁ ଭୁଲ ଉପାୟରେ ରୋକି ଚୀନର ଅପୂରଣୀୟ କ୍ଷତି ଘଟାଇଛନ୍ତି । ଜୀନପିଙ୍ଗ ସଙ୍ଘାଇ ଭଳି ସହରକୁ ନିଜ ଇଚ୍ଛା ମୁତାବକ ବନ୍ଦ କରି ଅର୍ଥନୀତିକୁ ନଷ୍ଟ କରି ଦେଇଛନ୍ତି ।