କୋଲାକାତାରେ ବଡ଼ ଷଡ଼ଯନ୍ତ୍ର ଫେଲ୍‌, ଅଟୋରୁ ବୋମା ଓ ଅସ୍ତ୍ରଶସ୍ତ୍ର ଜବତ

କୋଲକାତା,ଏନ୍‌ଏନ୍‌ଏସ୍‌: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ପୁଲିସ ଏକ ବଡ଼ ଷଡ଼ଯନ୍ତ୍ରକୁ ବିଫଳ କରିଛି । ପୁଲିସ ଏଠାରୁ ଭାରି ମାତ୍ରାରେ ବୋମା ଓ ଅସ୍ତ୍ରଶସ୍ତ୍ର ଜବତ କରିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, କୋଲାକାତାର ହରିଦେବପୁରସ୍ଥିତ ୪୧ ପଲ୍ଲୀ କ୍ଲବରେ ୧୯ ବୋମା, ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଏକ ଅଟୋ ଭିତରେ ରଖାଯାଇଥିଲା । ପୁଲିସ ଅଟୋରୁ ବୋମା ଓ ଅସ୍ତ୍ରଶସ୍ତ୍ର ଜବତ କରିନେଇଛି । ପୁଲିସ ଉକ୍ତ ମାମଲାର ଯାଞ୍ଚ ମଧ୍ୟ ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ କାହାରିକୁ ବି ଗିରଫ କରିନଥିବା ଜଣାପଡ଼ିଛି ।