ଓସ୍କାର ବିବାଦ ପରେ ୱିିଲ ସ୍ମିଥଙ୍କ ଭାରତ ଯାତ୍ରା

ମୁମ୍ବାଇ: ହଲିଉଡ ଅଭିନେତା ୱିଲ ସ୍ମିଥ ଆଜି ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ଏୟାରପୋର୍ଟରେ ସ୍ମିଥ କିଛି ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା । ଓସ୍କାର ୨୦୨୨ରେ ହୋଇଥିବା ବିବାଦ ପରେ ଏହା ହେଉଛି ତାଙ୍କ ପ୍ରଥମ ଭାରତ ଯାତ୍ରା । କିନ୍ତୁ କେଉଁ କାରଣରୁ ସ୍ମିଥ ଭାରତ ଆସିଛନ୍ତି ତାହା ଜଣାପଡ଼ି ନାହିଁ ।

ଏହାପୂର୍ବରୁ ସ୍ମିଥ ୨୦୧୯ରେ ଭାରତ ଆସିଥିଲେ । ସେହି ସମୟରେ ସ୍ମିଥ କହିଥିଲେ ଯେ, ମୋ ଜେଜେମା’ କହୁଥିଲେ ଈଶ୍ୱର ଅନୁଭବ ମାଧ୍ୟମରେ ଶିଖାଇଥାନ୍ତି । ଭାରତ ଯାତ୍ରା ଏବଂ ରଙ୍ଗ, ଲୋକ ଓ ପ୍ରାକୃତିକ ସୁନ୍ଦରତାକୁ ଅନୁଭବ କରିବା ଫଳରେ ମୋ କଳା ଓ ଦୁନିଆର ସତ୍ୟତାକୁ ନେଇ ଏକ ନୂଆ ଚିନ୍ତାଧାରା ଜାଗ୍ରତ ହେଲା ।