ଚୀନରେ ଆରମ୍ଭ ହେଲା ବିଶ୍ୱର ଦ୍ରୁତଗାମୀ ଟ୍ରେନ୍‌, ଘଣ୍ଟା ପିଛା ଦୌଡ଼ିବ ୬୦୦ କିଲୋମିଟର

ନୂଆଦିଲ୍ଲୀ,ଏଜେନ୍ସି: ଚୀନ ନିଜର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ‘ମେଙ୍ଗଲେଭ ଟ୍ରେନ୍‌’ ଶୁଭାରମ୍ଭ କରିଛି। ଏହି ଟ୍ରେନ୍ ଘଣ୍ଟା ପିଛା ୬୦୦ କିଲୋମିଟର ବେଗରେ ଦୌଡ଼ିବ। ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହା ହେଉଛି ବିଶ୍ୱର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍। ଏହି ଟ୍ରେନକୁ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବା ପାଇଁ ମାତ୍ର ଅଢ଼େଇ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି।

ଚୀନ ଏହି ଟ୍ରେନ୍‌କୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରିଛି। ବିଦ୍ୟୁତ ଚୁମ୍ବକୀୟ ଶକ୍ତି ବଳରେ ଏହା ଟ୍ରାକର ସାମାନ୍ୟ ଉପରେ ଚାଲିଥାଏ। ଚୀନର ଉପକୂଳବର୍ତ୍ତୀ ସହର କିଗଦାଓରେ ଏହାର ଶୁଭାରମ୍ଭ ହୋଇଛି।

ବର୍ଷ ୨୦୧୬ରେ ଏହି ଟ୍ରେନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ପରେ ୨୦୨୦ରେ ଏହାର ସଫଳ ପରୀକ୍ଷଣ ହୋଇଥିଲା। ଏବେ ଏହି ଟ୍ରେନ ଘଣ୍ଟା ପିଛା ୬୦୦ କିଲୋମିଟର ବେଗରେ ଦୌଡୁଛି।