ନୂଆଦିଲ୍ଲୀ,ଏଜେନ୍ସି: ଗତ କିଛିଦିନ ଧରି ଦେଶରେ କୋରୋନାର ଆତଙ୍କ ଦେଖା ଦେଇଥିବା ବେଳେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଗୁଜବ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସାଧାରଣ ଜନତା ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ କରୋନା ଭୂତାଣୁ ବିଷୟରେ ଗୁଜବରୁ ଦୂରେଇ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏଥିସହ ସାରା ବିଶ୍ୱ ବର୍ତ୍ତମାନ ଲୋକମାନଙ୍କ ସହ ହ୍ୟାଣ୍ଡସେକ ନକରି “ନମସ୍କାର” ସହିତ ଅଭିବାଦନ କରୁଛନ୍ତି। ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ ଛାଡିଛୁ ତେବେ ଏହା ଠିକ୍ ସମୟ ଏହି ଅଭ୍ୟାସକୁ ପୁଣି ଥରେ ଗ୍ରହଣ କରିବାର ବୋଲି କହିଛନ୍ତି।