ପାକିସ୍ତାନ୍‌କୁ ୧୯୫ ମିଲିୟନ୍ ଡଲାର୍ ଋଣଦେବ ବିଶ୍ୱ ବ୍ୟାଙ୍କ୍

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱ ବ୍ୟାଙ୍କ୍ ପାକିସ୍ତାନ୍‌କୁ ୧୯୫ ମିଲିୟନ୍ ଡଲାର୍ ଋଣ ଦେବ। ଦେଶରେ ବିଦ୍ୟୁତ୍ ବିତରଣ, ବିଦ୍ୟୁତ୍ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ତଥା ଉପଭୋକ୍ତାଙ୍କୁ ଉଚ୍ଚମାନର ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଏହି ଅର୍ଥର ବିନିଯୋଗ କରାଯିବ ବୋଲି ବିଶ୍ୱ ବ୍ୟାଙ୍କ୍‌ର ନିର୍ଦ୍ଦେଶନାମଣ୍ଡଳୀ ସୂଚନା ଦେଇଛନ୍ତି। ଦ ଇଲେକ୍ଟ୍ରିକ୍ ଡିଷ୍ଟ୍ରିବ୍ୟୁସନ୍ ଏଫିସିଏନ୍ସି ଇମ୍ପ୍ରୁଭ୍‌ମେଣ୍ଟ୍ ପ୍ରୋଜେକ୍ଟ (ଇଡିଇଆଇପି) ଜରିଆରେ ଦେଶରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯିବ।