ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ଏବଂ ଲକଡାଉନକୁ ନେଇ ପ୍ରଭାବିତ ହୋଇଥିବା ଭାରତୀୟ ଏମଏସଏମଇ କ୍ଷେତ୍ରକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ୭୫୦ ମିଲିୟନ ଡଲାର ବା ପ୍ରାୟ ୫୬୬୦ କୋଟି ଟଙ୍କା ଯୋଗାଇ ଦିଆଯିବ। ଏମଏସଏମଇ ଇମର୍ଜେନ୍ସି ରେସପନ୍ସ ପ୍ରୋଗ୍ରାମ ଅଧୀନରେ ବିଶ୍ୱବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୋର୍ଡ ଦ୍ୱାରା ଏହି ପରିମାଣର ଅର୍ଥକୁ ଅନୁମୋଦନ ଦିଆଯାଇଥିଲା ବେଳେ ଏହାଦ୍ୱାରା ଭାରତର ପ୍ରାୟ ୧୫ କୋଟି ଏମଏସଏମଇ ୟୁନିଟ୍ଗୁଡିକୁ ଆର୍ଥିକ ସହାୟତା ମିଳିବା ଦିଗରେ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ବିଶେଷକରି କରୋନା ପ୍ରଭାବିତ ଅର୍ଥନୀତି ବ୍ୟବସ୍ଥାକୁ ନେଇ ଭାରତୀୟ ଏମଏସଏମଇ କ୍ଷେତ୍ର ବହୁମାତ୍ରାରେ ପ୍ରଭାବିତ ହୋଇଥିବାରୁ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ ବୋର୍ଡ ପକ୍ଷରୁ ତ୍ୱରିତ ପଦକ୍ଷେପ ସ୍ୱରୂପ ଏହି ପରିମାଣର ଅର୍ଥ ଅନୁମୋଦନ କରାଯାଇଛି ବୋଲି ବୁଧବାର ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି।