ବଢୁଛି ଓା୍ୱର୍କ ଫ୍ରମ୍ ହୋମ୍ ସୁବିଧା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣର ଭୟାନକ ତଥା ଅଣାୟତ୍ତ ସ୍ଥିତିକୁ ଦେଖି ବିଭିନ୍ନ ଭାରତୀୟ କମ୍ପାନୀମାନେ ପୁଣିଥରେ ୱାର୍କ ଫ୍ରମ୍ ହୋମ୍ ନୀତିକୁ ଆପଣେଇଛନ୍ତି। ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ ସମେତ ସମସ୍ତ ବଡ଼ସହରରେ ଅଫିସ୍ ବନ୍ଦ ହେବା ଆରମ୍ଭ ହେଲାଣି। ଆଇଟି, ଫାର୍ମା ଓ ବ୍ରୋକିଂ ଆଦି ସେକ୍ଟର୍ରେ କମ୍ପାନୀମାନେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଆଇଟି କ୍ଷେତ୍ରରେ ଗତ ସପ୍ତାହରୁ ଘରୁ ରହି କାମ ଜାରି ରଖିବାକୁ କମ୍ପାନୀମାନେ ନିର୍ଦ୍ଦେଶ ଦେଇସାରିଛନ୍ତି। ଘରୋଇ କ୍ଷେତ୍ରର ଅଧିକାଂଶ କମ୍ପାନୀମାନେ ଯେଉଁମାନେ କିଛି ସମୟ ପାଇଁ ଅଫିସରେ କାମ କରିବା ଆରମ୍ଭ କରିଥିଲେ ଏଣିକି ସେମାନେ ମଧ୍ୟ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ସୁବିଧା ପ୍ରଦାନ କରିଛନ୍ତି।