Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କ୍ୟାପିଟାଲ ରିଜିଅନ ରିଂ ରୋଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କ୍ୟାପିଟାଲ ରିଜିଅନ ରିଂ ରୋଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଜ୍ୟ ରାଜକୋଷରୁ ବ୍ୟୟ ହେବ ୬୦୦ କୋଟି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୀର୍ଘ ଦିନର ପ୍ରତିକ୍ଷା ଶେଷ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ହେବ ବହୁଚର୍ଚ୍ଚିତ ରିଂ-ରୋଡ୍। ରାଜ୍ୟ ରାଜକୋଷରୁ ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ହେବ। ୧୧୧.୨ କିଲୋମିଟର ଦୈର୍ଘ୍ୟର ଏହି ‘କ୍ୟାପିଟାଲ ରିଜିଅନ ରିଂ ରୋଡ୍’ ବା ‘ସିଆରଆରଆର୍’ ଜାତୀୟ ରାଜପଥ-୧୬ର ସମାନ୍ତରାଳ ଭାବେ ନିର୍ମାଣ ହେବ। ୩୦ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଆରଆରଆରକୁ ଅନୁମୋଦନ ଦେଇଛନ୍ତି। କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡଟି ମୁଖ୍ୟତଃ ୬ ଥାକିଆ ଲେନ୍ ହେବ। ଏହା ରିଙ୍ଗ ରୋଡ୍ ଦ୍ୱାରା ଜାତୀୟ ରାଜପଥ-୧୬ ଉପରୁ ବହୁ ପରିମାଣରେ ଟ୍ରାଫିକ ଭିଡ ହ୍ରାସ ପାଇବ। ଏହି ସମାନ୍ତରାଳ ରିଙ୍ଗରୋଡ୍ ଯୋଗୁଁ ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା, ଆଠଗଡ଼ ଓ କଟକ ସହରାଞ୍ଚଳରେ ଭିଡ଼ କମିଯିବ। ଏହି ସହରଗୁଡ଼ିକ ସିଧାସଳଖ ସଂଯୋଗ ହୋଇଯିବ। ଜାତୀୟ ରାଜପଥ-୧୬ର ରାମେଶ୍ୱର ନିକଟରୁ ଏହି ରିଙ୍ଗ ରୋଡ୍ ବାହାରି ଜାତୀୟ ରାଜପଥ-୫୫ର ଗୋବିନ୍ଦପୁର ପାଶ୍ୱର୍ ଦେଇ ଟାଙ୍ଗି (ଚୌଦ୍ୱାର) ନିକଟରେ ପୁନର୍ବାର ଜାତୀୟ ରାଜପଥ-୧୬କୁ ସ୍ପର୍ଶ କରିବ। ଏହାର ଦୈର୍ଘ୍ୟ ରହିବ ୧୧୧.୨ କିଲୋମିଟର। ରିଙ୍ଗ ରୋଡ୍ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ରାସ୍ତା ଛଅ ଥାକିଆ ହେବା ସହିତ ମହାନଦୀ ଉପରେ ୬ ଥାକିଆ ବ୍ରିଜ୍ ନିର୍ମାଣ ହେବ। ରାଜ୍ୟ ସରକାର ଏନେଇ ଅର୍ଥ ବ୍ୟବସ୍ଥା କରିଛନ୍ତି। ୬୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୩୦ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ସ୍ଥିର ହୋଇଛି। ଏହି ରିଂ- ରୋଡ ହେଲେ ଓଡ଼ିଶାର ପର୍ଯ୍ୟଟନ ବିକାଶ ସହ ରାସ୍ତା ପାଶ୍ୱର୍ ସହର ଓ ଗ୍ରାମ ଗୁଡ଼ିକର ଆର୍ଥିକ ବିକାଶ ସମ୍ଭବ ହେବ।