ଫୁଲବାଣୀରେ ଶବଦାହ ପାଇଁ ମିଳୁନି କାଠ

ଫୁଲବାଣୀ,ଏନ୍ଏନ୍ଏସ୍: ଶବଦାହ ପାଇଁ ଫୁଲବାଣୀ ସହରରେ କାଠ ମିଳୁନି। ଆଜି ଗଣମାଧ୍ୟମ ପ୍ରତିନିଧି ରାଜୁ ନାୟକଙ୍କ ଦୁର୍ଘଟଣାରେ ମୃତ୍ୟୁପରେ ତାଙ୍କ ଶବ ସତ୍କାର ପାଇଁ ବନ ବିଭାଗର  ଡିପୋରେ କାଠ ମିଳିନଥିଲା।  ପୁଲିସ ବିଭାଗରେ ଗଚ୍ଛିତ ଥିବା କାଠ ଆଣି ତାଙ୍କର ଶବସତ୍କାର କରାଯାଇଥିଲା। କନ୍ଧମାଳରେ ପର୍ଯ୍ୟାପ୍ତ ଜଙ୍ଗଲ ଥିବାବେଳେ ଡିପୋରେ କାଠ ମିଳୁ ନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନିକଟରେ ରାସ୍ତା ଚଉଡା ପାଇଁ ଜିଲ୍ଲାରେ ଶହଶହ ଗଛ କଟା ଯାଇଥିବାବେଳେ ସେହି ସବୁ କାଠ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି ହୋଇଛି।