ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଚୋରା କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ବିଭିନ୍ନ ଉପାୟରେ ଜିଲ୍ଲା ସହ ବାହାର ଜିଲ୍ଲା ଓ ରାଜ୍ୟକୁ ମାଫିଆମାନେ କାଠର ଚୋରା ଚାଲାଣ ଚଳାଇ ଆସୁଛନ୍ତି। ଦେଖିଲେ କେହି ହଠାତ୍ ସନ୍ଦେହ କରିପାରିବେ ନାହିଁ। ଏକ ବୋଲେରୋ ଗାଡ଼ି ସରକାରୀ ଡିଉଟିରେ ଯାଉଥିବାର ଷ୍ଟିକର ଲଗାଇ ମୂଲ୍ୟବାନ କାଠ ଚୋରା ଚାଲାଣ ଉଦ୍ୟମ କରାଯାଇଥିଲା। ଏହିଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଧୀନ ନାକୁଡ଼ା ଗ୍ରାମ ନିକଟରେ ଦେଖିବାକୁ ମିଳିଛି। ବନବିଭାଗ ହାତରେ ଧରାପଡ଼ିଛି ଏକ ସାଇଜର ମୂଲ୍ୟବାନ କାଠ ବୋଝେଇ ହୋଇ ନେସ୍କୋ ୟୁଟିଲିଟିର ଷ୍ଟିକର ଲଗାଇ ଯାଉଥିବା ବୋଲେରୋ ଗାଡ଼ି।
