ମହିଳା ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ

ନୂଆଦିଲ୍ଲୀ,ଏଜେନ୍ସି: ମହିଳା ବିଶ୍ୱକପରେ ଭାରତୀୟ ମହିଳା ଦଳ ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୦୭ ରନ୍‌ରେ ଧୂଳି ଚଟାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ୫୯ ବଲରୁ ପୂଜା ଭସ୍ତ୍ରକର ସର୍ବାଧିକ ୬୭ ରନ୍ ସଂଗ୍ରହ କରିଥିଲେ। ଏଥିସହିତ ସ୍ନେହ ରାଣା ୪୮ ବଲରେ ୫୩ ରନରେ ଅପରାଜିତ ରହିଥିଲେ। ଏହା ବ୍ୟତୀତ ସ୍ମୃତି ମାନ୍ଧାନା ୭୫ ବଲରୁ ୫୨ ରନର ଇନିଂସ ଖେଳିଥିଲେ।

ଜବାବାରେ ପାକିସ୍ତାନ ୪୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୭ ମାତ୍ର ୧୩୭ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ସିଦେରା ଅମିନ୍ ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ରାଜେଶ୍ୱରୀ ଗାଇକୱାଡ୍ ଜବରଦସ୍ତ ବୋଲିଂ କରି ୧୦ ଓଭରରେ ୩୧ ରନ୍ ବ୍ୟୟ କରି ୪ଟି ୱିକେଟ୍ ହାସଲ କରିଥିଲେ। ଏଥି ସହିତ ଝୁଲଣ ଗୋସ୍ୱାମୀ ଏବଂ ସ୍ନେହା ରାଣାଙ୍କୁ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସେହିପରି ମେଘନା ସିଂ ଏବଂ ଦିପ୍ତୀ ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।