କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ବାଲିଅନ୍ତା,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ନ ପ୍ରାୟ ୮ଟାରେ ବାଲିଅନ୍ତା ଥାନା ଭିଙ୍ଗାରପୁର ନିକଟସ୍ଥ କୁଶଭଦ୍ରା ନଦୀରେ ଜଣେ ମହିଳା ତଳକୁ ମୁହଁ କରି ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପ୍ରସାର ହେବାପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ସେହିପରି ବାଲିଅନ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ପଞ୍ଚନାମା କରିବାସହ ଘଟଣାର ତଦନ୍ତ ଜାରି ରଖିଛି। ତେବେ ମହିଳାଙ୍କ ପରିଚୟ ମିଳିନଥିବାବେଳେ କିପରି ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଛି। ଅପରପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଘଟଣା ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି।