ବିବାହିତା ମହିଳାଙ୍କ ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ଗ୍ରାମର ଜଣେ ୨୦ ବର୍ଷୀୟା ବିବାହିତା ମହିଳାଙ୍କ ବୁଧବାର କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ରାଜକିଶୋର ମହାନ୍ତଙ୍କ ସ୍ତ୍ରୀ ଲିଜାରାଣୀ ନାଏକ। ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କ ପରକ୍ରିୟା ପ୍ରୀତିକୁ ନେଇ ତାଙ୍କ ସ୍ୱାମୀ ବାରଣ କରୁଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏ ଘଟଣା ବୁଧବାର ଦିନ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଲିଜା ରାଗିଯାଇ ବୁଧବାର କୀଟନାଶକ ପିଇ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।