ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

ନୂଆପଡ଼ା,ଏନ୍ଏନ୍ଏସ୍: ଜିଲ୍ଲାର ବୋଡେନ ବ୍ଲକ୍ରେ ଗୁରୁବାର ଏସ୍ଏଚ୍ଜି ମହିଳାମାନେ ମଦ ବିରୋଧରେ ଅଣ୍ଟା ଭିଡିଛନ୍ତି। ମଦ ବନ୍ଦ ପାଇଁ ବାରମ୍ବାର ପୁଲିସ ପ୍ରଶାସନକୁ ଗୁହାରି କରିବା ପରେ ମଧ୍ୟ ସୁଫଳ ମିଳିନଥିଲା। ଏ ନେଇ ଶତାଧିକ ମହିଳା ୪ ହଜାରୁ ଅଧିକ ମଦ ପାଉଚ୍ ନଷ୍ଟ କରି ଦେଇଛନ୍ତି।

ଅନ୍ୟପଟେ ବୋଡେନ ପୁଲିସ ମଦ ବିକ୍ରି ଅଭିଯୋଗରେ ସୌଭାରାମ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ ବୋଡେନ ବ୍ଲକ୍ ବୋଇରଗାଁ ପଞ୍ଚାୟତ ନିମନା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ମଦ ବିକ୍ରି ହେଉଥିଲା।
ଏଥିରେ ବୋଇରଗାଁ ଓ ନିମନା ଗ୍ରାମର ମା’ ସନ୍ତୋଷିନୀ, ମା’ ଧରଣୀ ଏସଏଚଜି ଗ୍ରୁପ୍ ସହ ବୋଇରଗାଁ ସରପଞ୍ଚ ବିନୋଦିନ ମାଝୀ, ଚମ୍ପା ନାଗ, ରୁକମଣୀ ମାଝୀ, ମମତା ପାଣ୍ଡେ, ମାଳତି ମାଝି, ପାର୍ବତୀ ମାଝି, ମାଧବୀ ମହାନନ୍ଦ ପ୍ରମୁଖ ଶତାଧିକ ମହିଳା ସାମିଲ ଥିଲେ।