ଆଜି ମହିଳା ଆଇପିଏଲ ନିଲାମୀ

ମୁମ୍ବାଇ,ଏଜେନ୍ସି: ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ମାର୍ଚ୍ଚ ୪ରୁ ମହିଳା ଆଇପିଏଲ ଆରମ୍ଭ ହେବ । ଏନେଇ ଆଜି ମୁମ୍ବାଇରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ୫ଟି ଫ୍ରାଞ୍ଚାଇଜ ୯୦ ଜଣ ଖେଳାଳିଙ୍କୁ କିଣିବେ । ନିଲାମୀ ପାଇଁ ମୋଟ ୪୦୯ ଜଣ ଖେଳାଳି ସଟଲିଷ୍ଟ ହୋଇଛନ୍ତି । ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ନିଲାମୀ ପ୍ରକ୍ରିୟା ଆୟୋଜନ ହେବ ।ଚଳିତ ମହିଳା ପ୍ରିମିୟର ଲିଗ ସଂସ୍କରଣରେ ୫ଟି ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ଅହମ୍ମଦାବାଦ ଟିମ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ ।

ପ୍ରତ୍ୟେକ ଦଳ ଖେଳାଳି କ୍ରୟ ବାବଦରେ ୧୨ କୋଟି ଟଙ୍କା ଖର୍ଚ୍ଚ କରି ପାରିବେ । ନିଲାମୀ ପାଇ ମୋଟ ୧୫୨୫ ଖେଳାଳି ପଞ୍ଜୀକୃତ ହୋଇଛନ୍ତି । ମୋଟ ୪୦୯ ଖେଳାଳି ଏଥିରେ ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨୬୪ ଭାରତୀୟ ଓ ୨୬୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୯୯ ଜଣ ନବାଗତ ଖେଳାଳି ସାମିଲ ହୋଇଛନ୍ତି । ୫୦ ଲକ୍ଷ ଟଙ୍କା ଶ୍ରେଷ୍ଠ ବେସ ପ୍ରାଇସ ଥିବା ବେଳେ ୪୦ ଲକ୍ଷ ଦ୍ବିତୀୟ ଓ ୩୦ ଲକ୍ଷ ତୃତୀୟ ଶ୍ରେଷ୍ଠ ବେସ ପ୍ରାଇସ ରହିଛି । ନବାଗତ ଖେଳାଳିଙ୍କ ପାଇଁ ୧୦ ଓ ୨୦ ଲକ୍ଷ ଟଙ୍କା ବେସ ପ୍ରାଇସ ରହିଛି । ମହିଳା ପ୍ରିମିୟର ଲିଗ ୫ ଟିମ-ଆଦାନୀ ସ୍ସୋର୍ଟସ ଲାଇନ, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା । ଇଣ୍ଡିଆୱିନ ସ୍ସୋର୍ଟସ, ରିଲାଏନ୍ସ ଗ୍ରୁପ, ୯୧୨.୯୯ କୋଟି ଟଙ୍କା । ରୟାଲ ଚ୍ୟାଲେଞ୍ଜର୍ସ ସ୍ସୋର୍ଟସ, ବେଙ୍ଗାଲୁରୁ, ୯୦୧ କୋଟି ଟଙ୍କା । JSW GMR କ୍ରିକେଟ, ଦିଲ୍ଲୀ, ୮୧୦ କୋଟି ଟଙ୍କା । କୈପ୍ରୀ ଗ୍ଲୋବାଲ ହୋଲ୍ଡିଙ୍ଗ୍ସ, ଲକ୍ଷ୍ନୌ, ୭୫୭ କୋଟି ଟଙ୍କା ।

ଟୁର୍ଣ୍ଣାମେଣ୍ଟରେ ମୋଟ ୨୨ଟି ମ୍ୟାଚ ଖେଳାଯିବ । ୨୦ଟି ଲିଗ ମ୍ୟାଚ ଖେଳାଯିବ । ମୋଟ ୫ ଦଳକୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ । ଗୋଟିଏ ଦଳରେ ମୋଟ ୧୮ଟି ଖେଳାଳି ରହିବେ । ୬ ଜଣ ବିଦେଶୀ ଖେଳାଳି ରହିବେ । ଏମାନଙ୍କ ମଧ୍ୟରୁ ୪ ଜଣ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ଫୁଲ ମେମ୍ବର ଓ ଜଣେ ଆସୋସିଏଟ ମେମ୍ବରରୁ ଯୋଗ ଦେବେ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ ଦୁଇଟି ଭେନ୍ୟୁରେ ମ୍ୟାଚ ଖେଳାଯିବ । ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଦୁଇଟି ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ଏଲିମିନେଟରରେ ପରସ୍ପରକୁ ଭେଟିବେ ।