ନାଳରେ ବୁଡି ମହିଳା ମୃତ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ ନାଳରେ ଗାଧୋଉ ଥିବାବେଳେ ପାଣିରେ ବୁଡି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ ଔତଳ ଗ୍ରାମର ସୁଦାମ ମୁଣ୍ଡାଙ୍କ ସ୍ତ୍ରୀ ଟୁନି ମୁଣ୍ଡା(୧୮) ଗତକାଲି ମଧ୍ୟାହ୍ନରେ ଗ୍ରାମର ନାଳକୁ ଗାଧୋଇବାକୁ ଯାଇଥିଲେ। ଅପରାହ୍ଣ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଟୁନିଙ୍କୁ ଅପସ୍ମାର ରୋଗ ଥିବାରୁ ପାଣିରେ ବୁଡି ଯାଇଥିବା ଆଶଙ୍କା କରି ପରିବାର ଲୋକେ ତାଙ୍କୁ ନାଳରେ ଖୋଜା ଖୋଜି କରିଥିଲେ। ପରେ ନାଳ ମଧ୍ୟରେ ଟୁନିଙ୍କ ମୃତ ଦେହ ଥିବା ଜଣାପଡ଼ିଥିଲା। ଏନେଇ ଆଜି ପରିବାର ଲୋକେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।