ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତଣ୍ଡ ଗ୍ରାମରେ ଜଣେ ମହିଳା ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ମହିଳା ହେଲେ ଗ୍ରାମର ବ୍ରହ୍ମାନନ୍ଦ ନାଏକଙ୍କ ପତ୍ନୀ ଯୋଷଦା ନାଏକ। ସେ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯାଇଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ତେବେ ମହିଳାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର ଚିତ୍ତରଞ୍ଜନ ନାଏକଙ୍କ ସୂଚନା ଦେଇଛନ୍ତି।