ଆସନ୍ତାକାଲି ଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ

ନୁଆଦିଲ୍ଲୀ,ଏଜେନ୍ସି: ଶୀତକାଳୀନ ଅଧିବେଶନର ଠିକ୍ ପୂର୍ବରୁ ସଂସଦ ଭବନ ପରିସରରେ ସରକାରଙ୍କ ଦ୍ୱାରା ଡକାଯାଇଥିବା ବୈଠକ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ।

ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅନ୍ୟଦଳମାନଙ୍କର ବିରଷ୍ଠ ନେତାମାନେ ଯୋଗଦେଇଥିବା ବେଳେ ସଂସଦରେ ଶୀତକାଳୀନ ଅଧିବେଶନକୁ ସୁଚାରୂ ରୂପେ ପାଳନ କରିବା ପାଇଁ ବୈଠକ ଡକାଯାଇଥିଲା। ତେବେ ଏହି ବୈଠକରେ ସମସ୍ତେ ସମର୍ଥନ ଜଣାଇବା ପରେ ଏହା ଶେଷ ହୋଇଛି।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ସଂସଦର ସଦସ୍ୟ ପ୍ରହଲ୍ଲାଦ ଜୋଶୀ, କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ତୃଣମୂଳ କଂଗ୍ରେସର ସୁଦିପ ବନ୍ଦୋପାଧ୍ୟାୟ, ଡେରେକ ଓ ବ୍ରାୟନ, ବହୁଜନ ସମାଜ ପାର୍ଟିର ସତିଶ ଚନ୍ଦ୍ର ମିଶ୍ରା, ସମାଜବାଦ ପାର୍ଟିର ରମାଗୋପାଳ ଯାଦବ, ଡିଏମକେ ପାର୍ଟିର ଟି ଆର ବାଲୁ ଏବଂ ଅଲ ଇଣ୍ଡିଆ ଅନ୍ନା ଡିଏମକେ ପାର୍ଟିର ନବନିତ କୃଷ୍ଣ ଏହି ବୈଠକରେ ଯୋଗଦେଇଥିଲେ।