ଦେବଗଡ଼,ଏନ୍ଏନ୍ଏସ୍: ଅଜଣା ଦୁର୍ବୁତ୍ତଙ୍କ ଟାଙ୍ଗିଆ ଚୋଟରେ ହତ୍ୟା ମାମଲାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଘଟଣାର ପର୍ଦାଫାସ କରିଛି । ମୃତକ ଜଣକ ହେଲେ ହୃଦାନନ୍ଦ କିସାନ । ମିଳିଥିବା ରିପୋର୍ଟ ମୁତାବକ, କୁକୁଡ଼ା ମାଂସ ରାନ୍ଧିବାକୁ ସ୍ତ୍ରୀ ଉପସୀ କିସାନ ମନା କରିବାରୁ ତାଙ୍କୁ ମୃତ ସ୍ୱାମୀ ହୃଦାନନ୍ଦ ମାଡ଼ ମାରିଥିଲେ । ପରେ ପ୍ରତିଶୋଧ ପରାୟଣ ହୋଇ ୨ଭାଇ ସୁରେନ୍ଦ୍ର ଓ ନନ୍ଦ କିସାନ ସହ ମିଶି ଉପସୀ ରାତିରେ ଟାଙ୍ଗିଆ ଚୋଟରେ ହୃଦାନନ୍ଦଙ୍କୁ ହତ୍ୟା କରିଥିଲେ । ୩ ଅଭିଯୁକ୍ତଙ୍କୁ ଆଜି ଗିରଫ ପରେ ଦେବଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଗତକାଲି କାଲକାଠ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏସପି ପ୍ରମୋଦ ରଥଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ୍ ଦେବଗଡ଼ ଥାନା ପୁଲିସ ତଦନ୍ତ କରୁଥିଲେ। ଘର ଭିତରେ ହତ୍ୟାକାଣ୍ଡ ଘଟିଥିବାରୁ ପୁଲିସ ସନ୍ଦେହରେ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା । ଜେରା ବେଳେ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ।