ଭାରତ, ଆମେରିକା ଓ ବ୍ରାଜିଲ କରୋନା ବିପକ୍ଷରେ ବିଜୟୀ ହେବେ : ଡବ୍ଲ୍ୟୁଏଚ୍ଓ

ଜେନେଭା, ଏଜେନ୍ସି: ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୩ ରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତ ସମ୍ପର୍କରେ ବୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)। ଏହି ୩ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏମାନେ କରୋନା ସହ ଲଢିବାର କ୍ଷମତା ରଖିଛନ୍ତି ବୋଲି ହୁ’ ପକ୍ଷରୁ କୁହାଯାଇଛି। ହୁ’ର ବୈଜ୍ଞାନିକ ଡା. ମାଇକ୍ ରୟନ କହିଛନ୍ତି, ଏହି ୩ ଦେଶ ଶକ୍ତିଶାଳୀ, ଏମାନଙ୍କ ପାଖରେ ଇଚ୍ଛାଶକ୍ତି ଓ ଗଣତନ୍ତ୍ର ରହିଛି। ଏମାନଙ୍କ ପାଖରେ ରୋଗ ସହ ଲଢିବାର ଅନ୍ତର୍ନିହିତ କ୍ଷମତା ବି ରହିଛି। ତେଣୁ ସେମାନେ କରୋନାକୁ ମାତ୍ ଦେଇ ବିଜୟୀ ହୋଇପାରିବେ।