ରାଉରକେଲା,ଏନ୍ଏନ୍ଏସ୍: ଭଲ ଘରେ ରହିବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି। ଏମିତି ଏକ ସ୍ୱପ୍ନ ଦେଖିଥିଲେ ରାଉରକେଲା ଅଞ୍ଚଳ ସେକ୍ଟର ୭ଥାନା ଅନ୍ତର୍ଗତ ବିବେକାନନ୍ଦ ପଲ୍ଲୀରେ ଥିବା ବୁଧନୀ(୭୦)। ଏଥି ପାଇଁ ସେ ତାଙ୍କ ଜୀବନର ସମସ୍ତ ପରିଶ୍ରମ ମୂଲ୍ୟକୁ ଏକ ବସ୍ତାରେ ସାଇତି ରଖିଥିବା ବେଳେ ତାକୁ ଉଇ ନଷ୍ଟ କରିଦେଇଛି। ଫଳରେ ବୃଦ୍ଧାଙ୍କ ଘର ତୋଳିବା ସ୍ୱପ୍ନ ସବୁଦିନ ପାଇଁ ସ୍ୱପ୍ନରେ ରହିଯାଇଛି।
