ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମର ଜଣେ ଚାଷୀ ଚାଷ କରିବାକୁ ଯାଇ ଫେରିବା ବେଳେ ହିଞ୍ଜୁଳି ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି। ସେ ହେଲେ କରଲଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଲହରା (୫୫)। ସୂଚନା ଅନୁସାରେ ପୂର୍ଣ୍ଣଚନ୍ଦ୍ର ଜଣେ ଚାଷୀ। ଚାଷ କାର୍ଯ୍ୟ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି। ଶନିବାର ସକାଳେ ନିଜ ଚାଷ ଜାମି ହିଞ୍ଜୁଳି ନଦୀ ଆର ପଟେ ଥିବା ଚାଷ ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ଫେରିବା ବେଳେ ନଦୀରେ ବଢ଼ି ଆସିଥିଲା ଓ ସେଥିରେ ସେ ପାର ହେବା ବେଳେ ଭାସି ଯାଇ ଥିଲେ।
ପରିବାର ଲୋକେ ଖୋଜା ଖୋଜି କରି ନା ପାଇବାରୁ ରିଆମାଳ ଦମକଳ ବାହିନୀକୁ ଫୋନ କରିଥିଲେ। ଖବର ପାଇ ଦମକଳ କେନ୍ଦ୍ର ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ବାଳ ସଦଳବଳେ ପହଞ୍ଚି ୨-୩ କିଲୋମିଟର ଖୋଜା ଖୋଜି କରିଥିଲେ। ରାତି ହେବାରୁ ଫେରି ଆସିଛନ୍ତି।ଚାରିଆେଡ ଖୋଜା ଖୋଜି ପରେ ମଧ୍ୟ ଚାଷୀ ଜଣଙ୍କ ପତ୍ତା ମିଳିପାରି ନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ଚାଷୀ ଜଣଙ୍କ ଉଦ୍ଧାର ହୋଇ ପାରି ନାହାଁନ୍ତି।