Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଲଳିତଗିରିକୁ ଶିଳ୍ପ ଗ୍ରାମର ମାନ୍ୟତା କେବେ ? – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଲଳିତଗିରିକୁ ଶିଳ୍ପ ଗ୍ରାମର ମାନ୍ୟତା କେବେ ?

କୁଆଁପାଳ,ଏନ୍ଏନ୍ଏସ୍: ହଜାର ହଜାର ବର୍ଷ ତଳୁ ପଥର ଶିଳ୍ପକୁ ଜିବୀକା ରୂପେ ଗ୍ରହଣ କରିଥିବା ମାହାଙ୍ଗା ବ୍ଲକ୍‌ର ଲଳିତଗିରି ଗ୍ରାମର ବାସିନ୍ଦାମାନେ ଏବେବି ଅବହେଳିତ ଅବସ୍ଥାରେ ରହିଛନ୍ତି। ରାସ୍ତା କଡ଼ରେ ପଥର ମୂର୍ତ୍ତି ନିର୍ମାଣ କରିବା ସହିତ ପଥର ଅନେକ କାରୁକାର୍ଯ୍ୟକାମନ କରୁଛନ୍ତି। ହେଲେ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବକୁ ଲଳିତଗିରିକୁ ଶିଳ୍ପ ଗ୍ରାମର ମାନ୍ୟତା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇପରିଲା ନାହିଁ। ୨୦୧୩ ମସିହାରେ ବିଭାଗୀୟ ନିର୍ଦ୍ଦେଶକଙ୍କ ନିକଟରେ ଶିଳ୍ପ ଗ୍ରାମର ମାନ୍ୟତା ପାଇଁ ଦାବି କରାଯାଇଥିଲା। କ୍ରାଫ୍ଟ କର୍ପୋରେସନର ଏମ୍‌ଡ଼ି ଏହାର ତଦନ୍ତ ପାଇଁ ଲଳିତଗିରି ଆସିଥିବା ଶୁଣିବାକୁ ମିଳିଛି। ଲଳିତଗିରିର ପଥର କାରୁକାର୍ଯ୍ୟ ଉପରେ ଏକ ଡ଼କ୍ୟୁମେଣ୍ଟାରି କରାଯାଇଥିଲା।

ସଚିବଙ୍କ ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ସୁଦ୍ଧା ଳଳିତଗିରିକୁ ଶିଳ୍ପ ଗ୍ରାମର ମାନ୍ୟତା ପ୍ରଦାନରୁ ବଞ୍ଚିତ କରାଯାଇଛି। ବର୍ତ୍ତମାନ ୪୦୦ରୁ ଊର୍ଦ୍ଧ୍ୱ ପଥର ଶିଳ୍ପୀ ପଥର ବ୍ୟବସାୟକୁ ନିଜର ଜୀବିକା ରୂପେ ଗ୍ରହଣ କରିଛନ୍ତି। ଭାରତ ତଥା ଭାରତ ବାହାରେ ଲଳିତଗିରିର ପଥର କାରୁକାର୍ଯ୍ୟର ଚାହିଦା ଏବେବି ରହିଛି। ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ବହୁ ପଥର ଶିଳ୍ପୀ ଳଳିତଗିରି ଅଞ୍ଚଳ ଛାଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ରାସ୍ତା ପାଶ୍ୱର୍ରେ ପଥର ଶିଳ୍ପକାମ କରୁଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏହି ପଥର ଶିଳ୍ପୀମାନେ ଅବହେଳାର ଶୋଷଣ ହେଉଥିବା ଚର୍ଚ୍ଚା ହେଉଛି। ଏଣୁ ରାଜ୍ୟ ସରକାର ଲଳିତଗିରି ଅଞ୍ଚଳର କାରୁକାର୍ଯ୍ୟକୁ ମାନ୍ୟତା ପ୍ରଦାନ କରିବା ସହ ତୁରନ୍ତ ଶିଳ୍ପ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ସର୍ବସାଧାରଣରେ ଦାବି ହେଉଛି।