ମୁଁ ଯାହା ବି କରିଛି, ରାଗରେ କରିଛି : ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫ୍ରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଛି । କୋର୍ଟ ପକ୍ଷରୁ ଅଫତାବଙ୍କ ରିମାଣ୍ଡକୁ ୪ ଦିନ ପାଇଁ ବଢ଼ାଯାଇଛି । ଅଫତାବଙ୍କ ପୋଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ପକ୍ଷରୁ ଅନୁମତି ମିଳିଯାଇଛି ।

ଅଫତାବ ପୁନାୱାଲାର ଓକିଲଙ୍କ ମୁତାବକ, ମୋ ଉପରେ ଯାହା ବି ଆରୋପ ଲଗାଯାଉଛି ସେଥିରେ ପୂର୍ଣ୍ଣ ସତ୍ୟତା ନାହିଁ ବୋଲି ଜଜଙ୍କ ସମ୍ମୁଖରେ ଅଫତାବ କହିଛନ୍ତି । ମୁଁ ରାଗରେ ଏସୁବୁ କରିଛି । ମୁଁ ଯାଞ୍ଚରେ ସହଯୋଗ କରୁଛି । ଘଟଣାକୁ ଅନେକ ଦିନ ବିତିଯାଇଥିବାରୁ ସବୁକିଛି ଭଲଭାବେ ମନେନାହିଁ ବୋଲି ଅଫତାବ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରଦ୍ଧା ୱାକର ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ର ଏପର୍ଯ୍ୟନ୍ତ ପୁଲିସକୁ ମିଳିନାହିଁ । ଶ୍ରଦ୍ଧାଙ୍କ ମୁଣ୍ଡ ମଧ୍ୟ ମିଳିନାହିଁ । କେବଳ କିଛି ହାଡ଼ ଖଣ୍ଡ ମିଳିଛି । ଶ୍ରଦ୍ଧାଙ୍କ ଫୋନ ମଧ୍ୟ ପୁଲିସ ଖୋଜୁଛି ।