ସେଣ୍ଟ ଜୋନ୍ସ,ଏଜେନ୍ସି: ଭାରତ ଗସ୍ତରେ ଆସୁଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ପାଇଁ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ସିଲେକଶନ ପ୍ୟାନେଲ ପୁରୁଷ ଟି୨୦ ଟିମ୍ ଘୋଷଣା କରିଛି। ୱେଷ୍ଟଇଣ୍ଡିଜ୍ ଆସନ୍ତା ଫେବ୍ରୁଆରୀ ୬ରୁ ୨୦ ତାରିଖ ମଧ୍ୟରେ ଭାରତ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ।
ଭାରତ-ୱେଷ୍ଟଇଣ୍ଡିଜ ୩ଟି ଟି୨୦ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେ ଫେବ୍ରୁଆରୀ ୧୬, ୧୮ ଓ ୨୦ ତାରିଖରେ ଖେଳାଯିବ। ସେହିପରି ଦିନିକିଆ ମ୍ୟାଚ୍ ଗୁଡ଼ିକ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ୬, ୯ ଓ ୧୧ରେ ଖେଳାଯିବ।
କ୍ରିକେଟ ୱେଷ୍ଟଇଣ୍ଡିଜ୍ର ମୁଖ୍ୟ ଚନନକର୍ତ୍ତା ଡେସମୋଣ୍ଡ ହାଇନେସ୍ କହିଛନ୍ତି ବାରବାଡୋସରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ, ଇଂଲଣ୍ଡ ବିପକ୍ଷରେ ଖେଳିଥିବା ସମାନ ଟିମ୍ ଭାରତ ଗସ୍ତରେ ଯିବେ।
ୱେଷ୍ଟଇଣ୍ଡିଜ୍ ଟିମ୍: କିରନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୂରନ, ଫାବିଆନ୍ ଆଲେନ୍, ଡାରେନ୍ ବ୍ରାଭୋ, ରୋସେଟନ୍ ଚାସେ, ଶେଲଡନ୍ କଟ୍ରେଲ, ଡୋମିନିକ୍ ଡ୍ରାକେସ୍, ଜନ୍ସନ୍ ହୋଲଡର, ଶାହୀ ହୋପ୍, ଆକେଲ ହୁସେନ୍, ବ୍ରାଣ୍ଡନ୍ କିଙ୍ଗ୍, କାଏଲ ମାୟେରସ୍, ରୋଭମାନ ପାୱେଲ, ରୋମାରିଓ ଶିପହାର୍ଡ, ଓଡେନ୍ ସ୍ମିଥ୍, ହାଇଡେନ୍ ୱାଲ୍ସ