ପଶ୍ଚିମବଙ୍ଗରେ କାଲିଠୁ ମେ’ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ

କୋଲକାତା: ପଶ୍ଚିମବଙ୍ଗରେ କାଲିଠୁ ସମ୍ପୂର୍ଣ୍ଣ ଲକଡାଉନ ଲାଗିବାକୁ ଯାଉଛି। ଆସନ୍ତାକାଲିଠୁ ମେ’ ୩୦ ପର୍ଯ୍ୟନ୍ତ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁକିଛି ବନ୍ଦ ରହିବ। କିନ୍ତୁ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲିବ। ଏହି ସମୟରେ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ। ସମସ୍ତ ସ୍କୁଲ ସହ ଲୋକଲ ଟ୍ରେନ ଓ ବସ୍ ସେବା ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ନିକଟରେ ବଙ୍ଗଳା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିବା ପରେ ମମତା ବାନାର୍ଜୀ ମେ’ ୫ରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଉ ସେହିଦିନ ହିଁ ୧୦ ଦିନ ଲାଗି ବଙ୍ଗଳାରେ ଲକଡାଉନ ଘୋଷଣା କରିଥିଲେ। ଏବେ ଏହି ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।