କଳାକାରଙ୍କୁ ସହାୟତାର ହାତ ବଢାଇଲା ପଶ୍ଚିମ ଓଡିଶା କଳାକାର ସଂଘ

ବରଗଡ଼,ଏନ୍ଏନ୍ଏସ୍: କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଅନେକ ଜୀବିକା ହରାଇ ବସିଛନ୍ତି। ଏଥିମଧ୍ୟରେ କଳାକାର ଜଗତ ମଧୟ ଦୋହଲି ଯାଇଛି। କଳାକାରମାନେ କଳାରୁ ନିଜ ପରିବାର ଚଳାଉଥିବା ବେଳେ ଆଜି ସେ ଜୀବିକା ହରାଇ ବସିଛନ୍ତି। ଏବେ ନିଜ ପିଲାଙ୍କୁ ମୁଠାଏ ଖାଇବାକୁ ଦେବାପାଇଁ ସଂଘର୍ଷ କରୁଛନ୍ତି। ସରକାର ସେମାନଙ୍କ ପାଇଁ କିଛି ସୁବିଧା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା

ଏହି କଳାକାରମାନେ ଆଜି ନିଜ ପରିବାର ପାଇଁ ଲଜ୍ୟା ତ୍ୟାଗ କରି ଛୋଟମୋଟ ବ୍ୟବସାୟକୁ ଆପଣେଇଛନ୍ତି। ପଶ୍ଚିମ ଓଡିଶା କଳାକାର ସଂଘ ଏହିପରି ଅସୁବିଧାରେ କାଳାତିପାତ କରୁଥିବା ୩୦ ଜଣ କଳାକାରଙ୍କୁ ସହାୟତାର ହାତ ବଢ଼ାଇବା ସହ ଗୋଟିଏ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଆଗକୁ ମଧ୍ୟ କଳାକାରମାନଙ୍କୁ ଏପରି ସାହାଯ୍ୟ ଜାରି ରହିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି।

ଏହି ଅବସରରେ ସଂଘର ସଭାପତି ପ୍ରଦୀପ ଦେବତା, ଶଙ୍କର ପଟ୍ଟନାୟକ, ପୃଥ୍ୱିରାଜ ନାୟକ, ନବ ମହତ୍ତମ, କମଲେଶ ଚକ୍ରବର୍ତ୍ତୀ, ବୁଦ୍ଧଦେବ ବାରିକ, ଜନକ ସେଠ, କରନ ଦାସ, ଜେପି ସାହୁ, ବିକାଶ ମଲ୍ଲିକ ସମେତ ବହୁ ସଦସ୍ୟ ସାମିଲ ହୋଇ କଳାକାରମାନଙ୍କ ଘରକୁ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି।