ନଭେମ୍ବର ୧୫ରୁ ପଶ୍ଚିମବଙ୍ଗରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ପ୍ରଭାବ କମିବା ପରେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଖୋଲିବା ପ୍ର୍ରକିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଗାପୂଜା ପରେ ସ୍କୁଲ ଖୋଲାଯିବ ବୋଲି କହିଥିଲେ। ଅନ୍ୟପଟେ ନଭେମ୍ବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ସିଲୀଗୁଡ଼ିର ଉତ୍ତର କନ୍ୟାରେ ଆୟୋଜିତ ହୋଇଥିବା ପ୍ରଶାସନିକ ବୈଠକରେ ମୁଖ୍ୟ ସଚିବ ଏଚକେ ଦ୍ୱିବେଦୀଙ୍କୁ ନଭେମ୍ବର ୧୫ରୁ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଅକ୍ଟୋବର ଶେଷ ସୁଦ୍ଧା ସାନିଟାଇଜ ସାରିିବାକୁ ମଧ୍ୟ ମମତା ବାନାର୍ଜୀ ଆଦେଶ ଦେଇଛନ୍ତି।