ସରକାରୀ କର୍ମଚାରୀଙ୍କୁ ମମତାଙ୍କ ଉପହାର

କୋଲକାତା: ପଶ୍ଚିମବଙ୍ଗ ସରକାର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଅର୍ଥ ରାଜ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ରାଜ୍ୟ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି । ଏଥିରେ ସରକାରୀ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବଢ଼ାଯାଇଛି । ୨୦୨୩-୨୪ ବର୍ଷ ପାଇଁ ୩.୩୯ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କରାଯାଇଛି ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ଡିଏ ବଢ଼ାଇବା ପାଇଁ ସରକାରୀ କର୍ମଚାରୀ ଧାରଣାରେ ବସିଥିଲେ । ଏହାକୁ ଦୃଷ୍ଟିରେ ରଖି ଡିଏ ୩ ପ୍ରତିଶତ ବଢ଼ାଯାଇଛି । ଏହାପୂର୍ବରୁ ପଶ୍ଚିବଙ୍ଗ ସରକାର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଡିଏ ୩୪ ପ୍ରତିଶତ ବଢ଼ାଇଥିଲେ ।